
ରାଇ ବିନୋଦିନୀ ପାଦ ର ପାଉଁଜି
ସୁରେ ବନ୍ଧା ଶ୍ୟାମଘନ
କନ୍ୟା ବେଶ ଭୂଷା ପରିପାଟୀ ମଧ୍ୟେ
ପାଉଁଜି ଯେ ଅନ୍ୟତମ।।୧
ଚୁଡ଼ି ମାଳି ସଙ୍ଗେ ଟିକିଲି ଅତର
ପାଦରେ ପାଉଁଜି ବାନ୍ଧି
ମନ ସରାଗ ରେ ବୁଲେ ଯେ ବେଳରେ
(ପିତା) ଆନନ୍ଦେ ଯାଆନ୍ତି ମଜ୍ଜି।।୨
ମଥାରେ ସିନ୍ଦୂର ପାଦରେ ପାଉଁଜି
ହାତେ ଶଙ୍ଖା ଦୁଇ ପଟ
ପିନ୍ଧି ବାପ ଘର ପର କରି ଯାଏ
ବିଧିର ବିଚିତ୍ର ନାଟ।।୩
ନବ ବଧୂ ବେଶେ ଝୁମୁଝୁମୁ ଚାଲି
ମନ କିଣେ ସଭିଙ୍କର
ସକଳ ତୀର୍ଥର ପୂଣ୍ୟ ଭୂମି ଅଟେ
ଶାଶୁ ଘର ଟି ତାହାର।।୪
ବାଲ୍ୟ କାଳେ କନ୍ୟା ଯେ ପାଉଁଜି ସୁରେ
ବାନ୍ଧିଥାଏ ପିତା ମାତା
ଶାଶୁ ଘର ନରେ ବାନ୍ଧି ସେ ସୁର ରେ
ଶେଷ ରେ ଜଳେ ତା ଚିତା।।୫
ପାଉଁଜି ର ସାତ ସୁରେ ବନ୍ଧା ହୁଏ
ଦୁହିତା ଟି ର ଜୀବନ
ଅହ୍ୟ ସୁଲକ୍ଷଣୀ ପାଦ ର ପାଉଁଜି
ଗୌରବ ର ନିଦର୍ଶନ।।୬
(ସନ୍ଧ୍ୟାରାଣୀ ହୋତା
ଡାବୁଗାଁ , ନବରଙ୍ଗପୁର)

0 Comments